ଜମ୍ମୁ, 4 ଜାନୁଆରୀ (ହି.ସ.) ଜମ୍ମୁ-କଶ୍ମୀରରେ ଭୀଷଣ ଥଣ୍ଡା ଲାଗିରହିଛି । ଏହାଭିତରେ ଗୁରୁବାର ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 3.8 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ କରାଯାଇଛି । ଜମ୍ମୁରେ ପାଗ ସବୁଠୁ ଅଧିକ ଥଣ୍ଡା ରହିଛି ।
ଶ୍ରୀନଗିରରେ ଗତ ଦୁଇଦିନ ଧରି ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 4.8 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ ହୋଇଛି । କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 3.4 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ ହୋଇଛି । ପହଲଗାମରେ ଗତରାତିରେ ତାପମାତ୍ରା ଶୂନ୍ୟରୁ 6.6 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
କଶ୍ମୀର ଘାଟିରେ ଶୀତ 40ଦିନ କଠୋର ଅବଧି ଚିଲ୍ଲଇ-କଲାଂ ଆଧାରରେ ହୋଇଥାଏ, ଯାହାକି ଜାନୁୟାରୀ 30ରେ ଶେଷ ହେବ । ଏହାପରେ 20ଦିନର ଲମ୍ବା ଅବଧି ଚିଲ୍ଲଇ-ଖୁର୍ଦ ଆସିଥାଏ, ଯାହାକି ଜାନୁୟାରୀ 30ରୁ ଫେବୃୟାରୀ 19ଯାଏ ଚାଲିଥାଏ ଏବଂ 10ଦିନ ଲମ୍ବାର ଚିଲ୍ଲଇ-ବଚ୍ଚା ଶୀତ ଅନୁଭୂତ ହୋଇଥାଏ ଯାହାକି ଫେବୃୟାରୀ 20ରୁ ମାର୍ଚ୍ଚ 1ଯାଏ ଚାଲିଥାଏ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
