ରାଉରକେଲା, ୩ ଜାନୁଆରୀ (ହି.ସ.) -ରାଉରକେଲା ସହରରେ ବ୍ୟାପିଥିବା ହଇଜାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରଙ୍କୁ ୨୦ ଲକ୍ଷ ଓ ଆକ୍ରାନ୍ତଙ୍କ ପରିବାରଙ୍କୁ ୫ଲକ୍ଷ ଲେଖାଏ କ୍ଷତିପୁରଣ ଦାବିକରି ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆରଏମସି ସମ୍ମୁଖରେ ଅଭିନବ ଉପାୟରେ ବିକ୍ଷୋଭ ସହ ଧାରଣା ଦିଆଯାଇଛି । ସକାଳୁ ସକାଳୁ ଆରଏମସି ସମ୍ମୁଖରେ ଅନେକ ଲୋକ ତଳେ ଓ ଖଟରେ ଶୋଇଛନ୍ତି ସେମାନଙ୍କୁ ସାଲାଇନ ଲାଗିଛି, ତା ପାଖରେ କଂଗ୍ରେସ ଦଳର ବିକ୍ଷୋଭ । ପାଖକୁ ଜିବାରୁ ଜଣାପଡିଥିଲା ଏହା ଏକ ଅଭିନବ ଉପାୟରେ ବିକ୍ଷୋଭ ।କଂଗ୍ରେସ ଦଳ କହିବା କଥା ସ୍ମାର୍ଟ ସିଟି ହେଲା ଅନେକ ଅନେକ ଖର୍ଚ୍ଚ ହେଲା, ଓାଟକୋ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ୮୬ କୋଟି ଖର୍ଚ୍ଚ ହେଲା ତା ପରେ ଯଦି ଏଭଳି ୍ଯାଗାରେ ଲୋକେ ହଇଜାରେ ମୃତ୍ୟୁବରଣ କରିବେ ତେବେ ଏଠି କିଭଳି କାମ କରାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।ଖାଲି ସେତିକି ନୁହେଁ ହଇଜା ହେବା ପରେ ଚେତା ପଶିଲା ଫାଟିଥିବା ଫାଇପ ଗୁଡିକର ମରାମତି ଆରମ୍ଭ ହେଲା, ଆଗରୁ ଏ ବିଭାଗ କୁଆଡେ ଯାଇଥିଲା ବୋଲି ଦଳୀୟ ନେତା ମାନେ ପ୍ରଶ୍ନ କରିଛନ୍ତି ।ବର୍ତମାନ କେନ୍ଦ୍ରୀୟ ଦଲ ଯାଂଚ କରୁଛି ୪ଦିନ ପରେ ସେ ତାଙ୍କ ରିପୋର୍ଟ ପ୍ରଦାନ କରିବେ, ଏବେ ବି ଲୋକେ ହଇଜାରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଯାଉଛନ୍ତି, ସହରରେ ଆହୁରି ୫୦ରୁ ଅଧିକ ଯାଗାରେ ପାଇପ ଫାଟି ନାଳିରେ ପଡିଛି । ତେଣୁ ଏଭଳି ଅଭାବନୀୟ ସ୍ଥିତିରେ ଲୋକେ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଯେଉଁ କ୍ଷତି ସହିଛନ୍ତି ସେ କ୍ଷତିତ ପୁରଣ ହୋଇପାରିବନି ଅନ୍ତ ତ ମୃତକ ପରିବାରଙ୍କୁ ରାଜ୍ୟ ସରକାର ୁ ୨୦ ଲକ୍ଷ ଓ ଆକ୍ରାନ୍ତଙ୍କ ପରିବାରଙ୍କୁ ୫ଲକ୍ଷ ଦେବା ଲାଗି ଦାବି କରାଯାଇଛି ।
ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ରଶ୍ମି ରଂଜନ ପାଢୀ,ସର୍ବଭାରତୀୟ କଂଗ୍ରେସର ସଭ୍ୟ ବୀରେନ ସେନାପତି,ବରିଷ୍ଠ ନେତା ବାଦଲ ଶ୍ରୀଚନ୍ଦନ,ସାବିର ହୁସେନଙ୍କ ସମେତ ଶତାଧିକ ମହିଳା , ଯୁବ , ଛାତ୍ର ନେତା କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର /କାଳୀପ୍ରସାଦ
………./ବନ୍ଦନା
