
ଗୌହ୍ୱାଟୀ, 3 ଜାନୁଆରୀ (ହି.ସ.) ଆସାମର ଗୋଲାଘାଟ ଜିଲ୍ଲାର ଦେରଗାଓଁରେ ଆଜି ଭୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ-ବସ୍ ମଧ୍ୟରେ ଧକ୍କା ଯୋଗୁ 10ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ବସରେ 40ରୁ ଅଧିକ ଲୋକ ଯାତ୍ରା କରୁଥିବା ନେଇ ସୂଚନା ମିଳିଛି । ସମସ୍ତେ ପିକନିକ ମନାଇବାକୁ ଯାଉଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
