













ମାଲକାନଗିରି, ୧ ଜାନୁଆରୀ (ହି.ସ.)- ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ସୁରକ୍ଷା ସପ୍ତାହ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ଅତିଥି ବେଦବର ପ୍ରଧାନ (ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ) ସବୁଜ ପତାକା ଦେଖାଇ ଉଦଘାଟିତ କରିଥିଲେ। ମୁଖ୍ୟବକ୍ତା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ସଡ଼କ ସୁରକ୍ଷା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଆଲୋଚନା କରିଥିଲେ। ଯାନବାହାନ ନିରୀକ୍ଷକ ଜୋହନ ପ୍ରତାପ କୁଲୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଦୀପକ କୁମାର ସାହୁ, ସନ୍ତୋଷ କୁମାର ବେହେରା, ସଞ୍ଜୟ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାକୁ କେମିତି ଏଡେଇ ପାରିବା ସେ ବିଷୟରେ ବୁଝେଇଥିଲେ।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟ ଏନ.ସି.ସି., ଯୁବ ରେଡ଼କ୍ରସ, ଜେ.ଏନ.ଭି ଏନ.ସି.ସି. ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଏନ.ସି.ସି. ସକ୍ରିୟ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ୱାକଥନ କାର୍ଯ୍ୟକ୍ରମ କରିଥିଲେ। ଏଥିରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ଵ ଛାତ୍ର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପ୍ରସନ୍ନ କୁମାର ଦାସ, ଦେବାଶିଷ ପରିଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ
