
କୋଲକାତା, 31 ଡିସେମ୍ବର (ହି.ସ.) ଆଜି କୋଲକାତାରେ ଆରଏସଏସ ଓ ପଶ୍ଚିମବଙ୍ଗ ବିଜେପିର ସମନ୍ୱୟ ବୈଠକ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ବୈଠକରେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ନିମନ୍ତେ ପ୍ରାରମ୍ଭିକ ରଣନୀତି ପ୍ରସ୍ତୁତ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।
ଏବେ ସଂଘ ମୁଖ୍ୟ ଡକ୍ଟର ମୋହନ ଭାଗବତ 2ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସଂଘର ପଦାଧିକାରୀଙ୍କ ସୂଚନା ମୁତାବକ ଏହି ଯାତ୍ରାର ପ୍ରମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାନୁୟାରୀ 22ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଉଦଘାଟନର ବାର୍ତ୍ତା ପ୍ରଚାର କରିବା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
