ବେଜିଂ, 30 ଡିସେମ୍ବର (ହି.ସ.)ଚୀନର ଜାତୀୟ ପରିଷଦ ଦୁଇଟି ନୂଆ ପରମାଣୁ ଉର୍ଜା ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛି । ଦେଶର ଆଣବିକ ଶକ୍ତି ଶିଳ୍ପର ନବସୃଜନ ତଥା ବିକାଶ ପାଇଁ ପରିଷଦ ଗଭୀର ସମର୍ଥନ କରିବାକୁ ଆହ୍ୱାନ କରିଛି।
ଚାଇନା ଡେଲି ମୁତାବକ ନିଜର ରିପୋର୍ଟରେ ପ୍ରଧାନମନ୍ତ୍ରୀ ଲି କିୟାଂଗଙ୍କ ଅଧ୍ୟକ୍ଷତାରେ ଚୀନର ମନ୍ତ୍ରିମଣ୍ଡଳର କାର୍ଯ୍ୟକାରୀ ବୈଠକରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ପରିଷଦ ବୈଠକରେ ଶୁକ୍ରବାର ଦିନ ଦକ୍ଷିଣ ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶର ତାଇପିଙ୍ଗଲିଙ୍ଗ ପରମାଣୁ ଉର୍ଜା ଯୋଜନା ସହିତ ଜେଜିଆଙ୍ଗ ପ୍ରଦେଶରେ ଜିଙ୍କିମେନ ପରମାଣୁ ଶକ୍ତି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ବୈଠକରେ ପରମାଣୁ ଶକ୍ତିର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱ ଦିଆଯାଇଛି । ଉଭୟ ପ୍ରକଳ୍ପ ଦ୍ରୁତ ଗତିରେ ଶେଷ ହେବ। ଏହି ବୈଠକରେ ଏକ ନୂତନ ପ୍ରକାରର ସହରୀକରଣ ପାଇଁ ଏକ ଲୋକକେନ୍ଦ୍ରିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
