
ଭୁବନେଶ୍ୱର, 29 ଡିସେମ୍ବର (ହି.ସ)- କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ସହିତ ଶୀତର ପ୍ରକୋପ ଜାରି ରହିଛି । ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ପୁଉଁଥିବାର ଦେଖିବାକୁ ମିଳିଛି । ସେହିପରି ଘନ କୁହୁଡ଼ି ଯୋଗୁଁ ରାସ୍ତା ଘାଟ ୧୦ ମିଟରରୁ ଅଧିକ ଦୃଶ୍ୟମାନ ହେଉନାହିଁ । କୁହୁଡି ଯୋଗୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି । ଆଜି ଦାରିଙ୍ଗବାଡ଼ିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ, ଜି. ଉଦୟଗିରିରେ ୯ ଡିଗ୍ରୀ ସେଲସିୟସ ଓ ଫୁଲବାଣୀରେ ୧୧ଡିଗ୍ରୀ ରେକର୍ଡ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
