ସୁବର୍ଣ୍ଣପୁର, ୨୮ ଡିସେମ୍ବର (ହି.ସ.) ଆଜି ଭୋର ୫ଟା ବେଳେ ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତା ଏନଏଚ-୫୭ ହରଡଖୋଲ ଖମ୍ବେଶ୍ୱରୀପାଲି ମଝିରେ ଏକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୋନପୁର ବଡ଼ବଜାର ନୂଆପଡାଠାରେ ଥିବା ଶ୍ରୀ ମେହେରଙ୍କ ଓଏଆଇସି କମ୍ପ୍ୟୁଟର ସେଣ୍ଟରର ଛାତ୍ରଛାତ୍ରୀମାନେ ଭୋଲେନାଥ ନାମକ ଏକ ବସ ଯୋଗେ କେଉଁଝର ପିକନିକ ପାଇଁ ଯାଇ ଫେରୁଥିବା ବେଳେ ଗନ୍ତବ୍ୟ ସ୍ଥଳରୁ ମାତ୍ର ୧୫ କିମି ଦୂରରେ ସିଆଲଜୁରୀ ଠାରେ ଏକ ଟ୍ରକ୍ ବେଆଇନ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଘନ କୁହୁଡି ଯୋଗୁଁ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ବସ। ଏଥିରେ ଡ଼୍ରାଇଭର ସହିତ ୮ ଜଣ ଆହତ ହୋଇ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୪ ଜଣ ଛାତ୍ର ବୌଦ୍ଧ ଜିଲ୍ଲା ଗବଜୁରୀର ବାଦଲ ସାହୁ, ଝିଙ୍କିର ସୁରଥ ଗହିରଙ୍କ ସହ ଅନ୍ୟ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ସୋନପୁର ଏସପି ଅମରେଶ ପଣ୍ଡା ଓ ଆଇଆଇସି ପଦ୍ମାସିନୀ ମେହେର ମେଡିକାଲରେ ପହଞ୍ଚି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରି ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର /ଗୋପବନ୍ଧୁ/ସ୍ୱାଗତିକା/ସମନ୍ୱୟ
