ଭୁବନେଶ୍ୱର, 27 ଡିସେମ୍ବର (ହି.ସ)- ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ପଂଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟପାର ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ଵେଶର ଟୁଡୁ । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ବିଜେପି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ପୁର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ସମେତ ହଜାର ହଜାର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ସିଧାସଳଖ ଏଲଇଡି ମାଧ୍ୟମରେ ଦେଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
