
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.) – ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ବ୍ଲଗର କାମିଆ ଜାନି । ଏକ ଭିଡିଓ ବାର୍ତା ଜାରି କରି କାମିଆ କହିଛନ୍ତି ମୁଁ ହିନ୍ଦୁଧର୍ମ ଅନୁସରଣ କରେ । ଗୋମାଂସ ଖାଏ ନାହିଁ କି, ତାହା ଖାଇବାକୁ ପ୍ରୋତ୍ସାହନ ଦିଏ ନାହିଁ ।
କାମିଆ କହିଛନ୍ତି, ମୋ ସମ୍ପର୍କରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି । ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା ସେଠାରେ କରାଯାଇଥିବା ଭିତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା । ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି । ମୁଁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ । ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି । ମୋର ଏହି ବାର୍ତା ସମସ୍ତ ବିବାଦ ଦୂର କରିବ ବୋଲି ଆଶା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋର କାମ ହେଉଛି ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଅଧିବାସୀଙ୍କ ସଂସ୍କୃତି, ଐତିହ୍ୟ, ଖାଦ୍ୟପେୟ, ଚଳଣି, ବୈଶିଷ୍ଟ୍ୟ ଓ ସଭ୍ୟତା ବିଷୟରେ ସମଗ୍ର ଦୁନିଆକୁ ଜଣାଇବା ।
ମୁଁ ଗୋମାଂସ ଖାଇବା ବିଷୟରେ କେରଳର ଏକ ଫୁଡ୍ ବ୍ଲଗ୍ ଭିଡିଓ ବ୍ୟବହାର କରାଯାଇଛି । କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
