ନୂଆଦିଲ୍ଲୀ, ୨୨ ଡିସେମ୍ବର (ହି.ସ.)- ସଂସଦର ଶୀତକାଳୀନ ଅଧିବେଶନ ସମାପନ ପରେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର କହିଛନ୍ତି ଯେ, ଏହି ଅଧିବେଶନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା – ୨୦୨୩, ଭାରତୀୟ ନ୍ୟାୟ ସଂହିତା-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ ସମେତ ମୋଟ୍ ୧୯ ବିଧେୟକ ପାରିତ ହୋଇଛି । ପ୍ରହ୍ଲାଦ ଯୋଶୀ ରାଷ୍ଟ୍ରୀୟ ମିଡ଼ିଆ ସେଂଟରରେ ସାମ୍ବାଦିକଙ୍କ ସହିତ କଥାବାର୍ତା ବେଳେ କହିଛନ୍ତି ଯେ, ଧାରା ୩୭୦ ଠାରୁ ନେଇ ଅପରାଧିକ ନ୍ୟାୟ ପ୍ରଣାଳୀ ପର୍ଯ୍ୟନ୍ତ ଯାହା କିଛି ଏହି ୫ ବର୍ଷରେ ହୋଇଛି, ତାହା ଐତିହାସିକ ଅଟେ ।
ସେ କହିଥିଲେ ଯେ, ଡିସେମ୍ବର ୪ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଏବଂ ଡିସେମ୍ବର ୨୧ ତାରିଖରେ ଏହା ଶେଷ ହୋଇଥିଲା । ଏହି ୧୮ ଦିନରେ ୧୪ ବୈଠକ ହୋଇଛି । ଦୁଇ ସଦନରେ ମୋଟ୍ ୧୯ ବିଧେୟକ ପାରିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
