ନୂଆଦିଲ୍ଲୀ, ୨୧ ଡିସେମ୍ବର (ହିସ) – ଭାରତ ୟମନର ହୁତି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଯୋଗୁଁ ଲାଲ ସାଗର ଏବଂ ଆରବ ସାଗରରେ ବାଣିଜ୍ୟ ଜାହାଜ ପରିବହନ ପ୍ରତି ବିପଦକୁ ପ୍ରତିହତ କରିବା ପାଇଁ ଆମେରିକା ନେତୃତ୍ୱାଧୀନ ଆନ୍ତର୍ଜାତୀୟ ମିଳିତ ମଂଚରେ ଯୋଗଦେବା ପାଇଁ ଭାରତ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହିଁ ।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ଏହା ଏକ ନୂତନ ପଦକ୍ଷେପ । ବର୍ତମାନ ସୁଦ୍ଧା ଏ ବାବଦରେ ଭାରତର ଭୂମିକା ନେଇ କୈଣସି ନିଷ୍ପତି ନିଆଯାଇ ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ ସ୍ୱତନ୍ତ୍ର ନୈବାହିନୀ ସପକ୍ଷରେ ଅଛି ଏବଂ ସମୁଦ୍ରରେ ଡକାୟତି ଭଳି ଧମକକୁ ନେଇ ଆନ୍ତର୍ଜାତୀୟ ଉଦ୍ୟମରେ ଅଂଶୀଦାର ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
