• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଦେଶର କେତେକ ସ୍ଥାନରେ ବୃଦ୍ଧି ପାଉଥିବା କୋଭିଡ୍ – ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ – ୧୯ ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା
National

ଦେଶର କେତେକ ସ୍ଥାନରେ ବୃଦ୍ଧି ପାଉଥିବା କୋଭିଡ୍ – ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ – ୧୯ ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା

CliQ INDIA
Last updated: December 21, 2023 4:30 pm
CliQ INDIA
Share
6 Min Read
SHARE

ନୂଆଦିଲ୍ଲୀ, 21 ଡିସେମ୍ବର (ହି.ସ.) ନିକଟରେ କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି । ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ); ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।

ଚୀନ୍, ବ୍ରାଜିଲ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଶ୍ୱର କେତେକ ଦେଶରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୃଷ୍ଟି ହୋଇଥିବା ଆହ୍ୱାନ ଉପରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କୋଭିଡ୍ – ୧୯ର ନୂତନ ଏବଂ ସୃଷ୍ଟି ହେଉଥିବା ଷ୍ଟ୍ରେନ୍ର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ ସତର୍କ ରହିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଦର୍ଶାଇ ସେ ରାଜ୍ୟ ଗୁଡ଼ିକୁ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଯୋଜନା କରିବା ପାଇଁ ନୂଆ କରି ସାମନାକୁ ଆସୁଥିବା କୋଭିଡ୍ – ୧୯ ମାମଲା, ଏ ସମ୍ପର୍କିତ ଲକ୍ଷଣ ଏବଂ ଗମ୍ଭୀରତା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ ।

ଡ. ମାଣ୍ଡଭିୟ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶରେ ପ୍ରସାରିତ ହେଉଥିବା ନୂଆ ଭାରିଏଣ୍ଟକୁ ଠିକ୍ ସମୟରେ ଚିହ୍ନଟ କରିବା ପାଇଁ ଭାରତୀୟ ସାର୍ସ – କୋଭ୍ – ୨ ଜିନୋମିକ୍ସ କନସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି) ନେଟୱାର୍କ ଜରିଆରେ ପଜିଟିଭ୍ କେସ୍ ନମୁନାର ସମ୍ପୂର୍ଣ୍ଣ ଜିନୋମ୍ ସିକ୍ୱେନ୍ସିଂ ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ସମୟରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । କୋଭିଡ୍ – ୧୯ ପଜିଟିଭ୍ ଓ ନିମୋନିଆ ଭଳି ରୋଗର ବହୁ ସଂଖ୍ୟକ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଦୈନିକ ଅଧିକ ସଂଖ୍ୟକ କୋଭିଡ୍ – ୧୯ ପଜିଟିଭ୍ ମାମଲା ଏବଂ ନିମୋନିଆ ଭଳି ରୋଗର ନମୁନାକୁ ଆଇଏନ୍ଏସ୍ଏସିଓଜି ଜିନୋମ୍ ସିକ୍ୱେନ୍ସିଂ ଲାବୋରେଟୋରି (ଆଇଜିଏସ୍ଏଲ୍) କୁ ପଠାଇବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅନୁରୋଧ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ସତର୍କ ରହିବା, ତଦାରଖ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ସିଲିଣ୍ଡର ଏବଂ କନ୍ସେଣ୍ଟ୍ରେଟର, ଭେଣ୍ଟିଲେଟର ଏବଂ ଟିକା ମହଜୁଦ ରଖିବାକୁ ଅନୁରୋଧ କରିଥିଲେ । ଏହା ସହ ପିଏସ୍ଏ ପ୍ଲାଣ୍ଟ, ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ସିଲିଣ୍ଡର, ଭେଣ୍ଟିଲେଟର ଇତ୍ୟାଦିର କାର୍ଯ୍ୟକାରିତା ଆକଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ତିନି ମାସରେ ମକ୍ ଡ୍ରିଲ୍ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରୋତ୍ସାହିତ କରିଥିଲେ । ଶ୍ୱାସକ୍ରିୟା ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବା ଏବଂ ତଥ୍ୟଗତ ସଠିକ୍ ସୂଚନା ପ୍ରସାରଣ ସୁନିଶ୍ଚିତ କରିବା ଏବଂ ମିଥ୍ୟା ଖବରର ମୁକାବିଲା କରିବା ପାଇଁ ସେ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍ ପୋର୍ଟାଲରେ ବାସ୍ତବ ସମୟରେ ମାମଲା, ପରୀକ୍ଷା, ପଜିଟିଭିଟି ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏକ ଉପସ୍ଥାପନା ମାଧ୍ୟମରେ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶ୍ୱ କୋଭିଡ୍ ୧୯ର ସ୍ଥିତି ଏବଂ ଘରୋଇ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ । ବିଶ୍ୱ ସ୍ଥିତି ତୁଳନାରେ ଭାରତରେ ସକ୍ରିୟ କୋଭିଡ୍ ମାମଲା ଯଥେଷ୍ଟ କମ୍ ଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୬ ଡିସେମ୍ବର ୨୦୨୩ ରେ ୧୧୫ ଥିବା ବେଳେ ଆଜି ସୁଦ୍ଧା ୬୧୪କୁ ବୃଦ୍ଧି ପାଇଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୯୨.୮% ମାମଲା ହୋମ୍ ଆଇସୋଲେସନରେ ରହିଛି, ଯାହା ସାମାନ୍ୟ ଅସୁସ୍ଥତାକୁ ସୂଚାଉଛି । କୋଭିଡ୍ – ୧୯ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନାହିଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକ ଅନ୍ୟାନ୍ୟ କାରଣରୁ ହୋଇଥାଏ – କୋଭିଡ୍ -୧୯ ଏକ ଆନୁଷଙ୍ଗିକ ଅନୁସନ୍ଧାନ । କେରଳ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟରେ ଦୈନିକ କୋଭିଡ୍ – ୧୯ ପଜିଟିଭିଟି ହାର ବୃଦ୍ଧି ପାଇଛି ।

ସାର୍ସ – କୋଭ୍ – ୨ର ନୂଆ ଜେଏନ୍. ୧ ଭାରିଆଣ୍ଟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯେ ଏହି ଭାରିଏଣ୍ଟ ବର୍ତ୍ତମାନ ତୀବ୍ର ବୈଜ୍ଞାନିକ ଯାଞ୍ଚ ରେ ଅଛି, କିନ୍ତୁ ଏହା ତ୍ୱରିତ ଚିନ୍ତାର କାରଣ ନୁହେଁ । ଜେଏନ୍. ୧ କାରଣରୁ ଭାରତରେ କୌଣସି କ୍ଲଷ୍ଟରିଂ ମାମଲା ଦେଖିବାକୁ ମିଳିନାହିଁ ଏବଂ ସମସ୍ତ ମାମଲା ସାମାନ୍ୟ ବୋଲି ଜଣାପଡିଛି ଏବଂ ସେମାନେ ସମସ୍ତେ ବିନା କୌଣସି ଜଟିଳତାରେ ସୁସ୍ଥ ହୋଇଛନ୍ତି ।

ଡାକ୍ତର ଭି. କେ. ପଲ୍ କୋଭିଡ୍ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂତନ ଭାରିଆଣ୍ଟର ଆବିର୍ଭାବ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ଦୋହରାଇ ଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତରେ ବୈଜ୍ଞାନିକ ସମୁଦାୟ ଏହି ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି କିନ୍ତୁ ରାଜ୍ୟ ଗୁଡ଼ିକ ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍ଆର୍ର ଡିଜି ଡାକ୍ତର ରାଜୀବ ବହଲ ସୂଚନା ଦେଇଛନ୍ତି ଯେ ଆଇସିଏମ୍ଆର୍ ବର୍ତ୍ତମାନ ନୂତନ ଜେଏନ୍. ୧ ଭାରିଆଣ୍ଟର ଜିନୋମ ସିକ୍ୱେନ୍ସିଂ ଉପରେ କାମ କରୁଛି । କୋଭିଡ୍ – ୧୯ ସ୍ଥିତି ଉପରେ ନଜର ରଖିବା ଏବଂ ଆରଟି – ପିସିଆର ପରୀକ୍ଷା ବଢ଼ାଇବାକୁ ସେ ରାଜ୍ୟ ଗୁଡ଼ିକୁ ଅନୁରୋଧ କରିଥିଲେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ରରୁ ମିଳିଥିବା ସହାୟତା ଏବଂ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି । କେତେକ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ଟ୍ରକ ସହ ଧକ୍କା ହେଲା ବସ, 4 ମୃତ | BulletsIn
ବିପଜ୍ଜନକ ଲାଇନ ଡ୍ରାଇଭିଂ ନିୟମ ଉଲ୍ଲଂଘନକୁ ନିନ୍ଦା କଲେ ସୁପ୍ରିମକୋର୍ଟ
ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗରେ ଭାରତ ବୃଦ୍ଧି ପାଇଛି: ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ JNU ଶୀର୍ଷରେ ଅଛି
ଆୟୁଷ ମନ୍ତ୍ରଣାଳୟ ଆରଆଇଏସ ସହିତ ଏମଓୟୁ ସ୍ୱାକ୍ଷର କଲା
ଚିତ୍ରଗୁପ୍ତଙ୍କ ପୂଜନ ଦିବସର ଶୁଭକାମନା ଜଣାଇଲେ ଯୋଗୀ ଆଦିତ୍ୟନାଥ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
Next Article ଆଶୁତୋଷ ପରିଡା ଓ ଡକ୍ଟର ଅରୁଣ ରଞ୍ଜନ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?