ରିଓ ଡି ଜେନେରିଓ, ୨୦ ଡିସେମ୍ବର (ହିସ) – ବ୍ରାଜିଲ ଏବଂ ମେକ୍ସିକୋ ଆମେରିକାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସହିତ ୨୦୨୪ କୋପା ଆମେରିକା ପାଇଁ ପ୍ରସ୍ତୁତି କରାଇବ ବୋଲି ବ୍ରାଜିଲ ଫୁଟବଲ କନଫେଡେରେସନ୍ ମଙ୍ଗଳବାର ଦିନ କହିଛି ।
ସିବିଏଫ୍ ପକ୍ଷରୁ ଦିଆଯାଇଥିବା ବିବତି ଅନୁଯାୟୀ ଏହି ମ୍ୟାଚ୍ ଜୁନ୍ ୮ ତାରିଖ ଧାର୍ଯ୍ୟ କରାଯାଇଛି, ବର୍ତମାନ ସୁଦ୍ଧା ସ୍ଥାନ ଘୋଷଣା ହୋଇନାହିଁ । ଜୁନ୍ ୨୦ ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଆମେରିକାର ୧୪ ଟି ସହରରେ ଖେଳାଯିବାକୁ ଥିବା କୋପା ଆମେରିକାରେ ୧୬ ଟି ଦଳ ଅଂଶଗ୍ରହଣ କରିବେ ।
ବ୍ରାଜିଲ ହୋଡୁରାସ ଏବଂ କୋଷ୍ଟାରିକୋ ମଧ୍ୟରେ ପ୍ଲେ ଅଫ୍ ବିଜେତାଙ୍କ ବିରୋଧରେ ଜୁନ୍ ୨୪ ରେ ନିଜର ଅଭିଯାନ ଖୋଲିବାର କାର୍ଯ୍ୟକ୍ରମ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ପାଂଚ ଥର ବିଶ୍ୱ ଚାମ୍ପିଅନ୍ ପାରାଗଏ ଏବଂ କଲମ୍ବିଆ ସହିତ ମଧ୍ୟ ମୁହାଁମୁହିଁ ହେବେ ।
ବ୍ରାଜିଲ ଏବଂ ମେକ୍ସିକୋ ଶେଷ ଥର ପାଇଁ ରୁଷରେ ହେବାକୁ ଥିବା ୨୦୧୮ ବିଶ୍ୱକପରେ ରାଉଣ୍ଡ ୧୬ ରେ ଭେଟି ବ୍ରାଜିଲ ୨–୦ ଜିତିଥିଲା ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
