ବଲାଣି,୧୬ ଡିସେମ୍ବର(ହି.ସ) -ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ଶ୍ରୀରାମ ଲାଲାଙ୍କ ଠାରେ ପୂଜିତ ଅକ୍ଷତ କଳସ ଯୋଡାରେ ପହଞ୍ଚିଛି। ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର । ରାମ ମନ୍ଦିର ପୂଜାରେ ସାମିଲ ହେବା ସହ ରାମ ଲାଲାଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ ଦିଆଯାଇଛି । ଏହି ଭବ୍ୟ କଳସକୁ ଶହ ଶହ ଭକ୍ତ ସ୍ୱାଗତ କରିଛନ୍ତି । ଏହି ଅକ୍ଷତ କଳସକୁ ଶତାଧିକ ରାମଭକ୍ତ କଳାପାହାଡ ସ୍ଥିତ ମା ତାରିଣୀ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ଯୋଡା ପୋଷ୍ଟ ଅଫିସ ସମ୍ମୁଖ ଓ ଏସବିଆଇ ନିକଟ ହନୁମାନ ମନ୍ଦିରରେ ଠାରେ ଆରତୀ କରାଯାଇଥିଲା । ପରେ କିର୍ତ୍ତନ ଘଣ୍ଟ ବାଦନ ସହ ଏକ ଭବ୍ୟ ଶୋଭାଯାତ୍ରା ସହିତ ନଗର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରା ରାସ୍ତାରେ ବିଭିନ୍ନ ମନ୍ଦିରରେ ଏହି ଅକ୍ଷତ କଳସକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅକ୍ଷତ କଳସ ସ୍ୱାଗତ ସମାରୋହରେ ବିଶ୍ୱ ହିନ୍ଦୁ ପରିଷଦ ଯୋଡା ନଗରର ରଞ୍ଜିତ ମହାକୁଡ,ସୁରଜକାନ୍ତ ପାଠକ,ଶ୍ୟାମ ସୁନ୍ଦର ଅଗ୍ରୱାଲ,ଶରତ ବେହେରା,ଟଙ୍କଧର ପାତ୍ର,ଭ୍ରୁଗୁନାଥ ସିଂଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଶିବାଶିଷ/ସମନ୍ୱୟ
