
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.) ଆଜି ହେଉଛି ଜାତୀୟ ଶକ୍ତି ସଂରକ୍ଷଣ ଦିବସ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଶକ୍ତି ସଂରକ୍ଷଣ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଳ ସଂରକ୍ଷଣ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସଞ୍ଚିତ ପ୍ରତ୍ୟେକ ୱାଟର ଶକ୍ତି ଆମର ସ୍ଥାୟୀ ଭବିଷ୍ୟତରେ ସହାୟକ ହୋଇଥାଏ । ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ, ଆସନ୍ତୁ ସମସ୍ତେ ଏକ ଶକ୍ତି ଦକ୍ଷ ଅର୍ଥନୀତି ଏବଂ ସମାଜ ପାଇଁ ହାତ ମିଳାଇବା, ନ୍ୟାୟପୂର୍ଣ୍ଣ ଭାବରେ ଶକ୍ତି ବ୍ୟବହାର କରିବା, ଅକ୍ଷୟ ଶକ୍ତି ଗ୍ରହଣ କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଶୂନ୍ୟ ଅପଚୟ ନିଶ୍ଚିତ କରିବା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
