ଚେନ୍ନାଇ, 9 ଡିସେମ୍ବର (ହି.ସ.)- ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ତାମିଲନାଡୁ । ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇର ତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି । ସୁପରଷ୍ଟାର ରଜନୀକାନ୍ତଙ୍କ ଘରେ ବି ବନ୍ୟା ପାଣି ପଶିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ରଜନୀକାନ୍ତଙ୍କ ଘର ଚେନ୍ନାଇର ପେଏସ ଗାର୍ଡେନ ଅଞ୍ଚଳରେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରଜନୀକାନ୍ତଙ୍କ ଘର ନିକଟରେ ପାଣି ଜମା ହୋଇଛି । ଘର ସମ୍ମୁଖ ରାସ୍ତା ପାଣିରେ ବୁଡିଯାଇଛି । ଝଡବାତ୍ୟା ସମୟରେ ରଜନୀକାନ୍ତ ଓ ତାଙ୍କ ପରିବାର ଚେନ୍ନାଇରେ ନଥିଏୋ । ତାଙ୍କର ଜଣେ ଫ୍ୟାନ ଏହି ଭିଡିଓ ଅପଲୋଡ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
