
ନୂଆଦିଲ୍ଲୀ, ୯ ଡିସେମ୍ବର (ହିସ) – ଡିସେମ୍ବର ୧୦ ରୁ ୧୭ ପର୍ଯ୍ୟନ୍ତ ଦେଶର ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ପାରା ଗେମ୍ସର ଉଦ୍ଘାଟନୀ ସଂସ୍କରଣ ପାଇଁ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ଚିକିତ୍ସା ସୁବିଧା ବୃଦ୍ଧି କରାଯାଇଛି । ପାରା ଆଥଲେଟମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ଚ୍ୟାଲେଂଚ ହେତୁ ପ୍ରାୟତ ସମ୍ବେଦନଶୀଳ ଚିକିତ୍ସା ସେବା ଆବଶ୍ୟକ କରନ୍ତି ଏବଂ ତେଣୁ ଜାତୀୟ କ୍ରୀଡ଼ା ବିଜ୍ଞାନ ଏବଂ ଅନୁସନ୍ଧାନ କେନ୍ଦ୍ର ବିଭିନ୍ନ ଚିକିତ୍ସା ଅବସ୍ଥା ପରିଚାଳନାରେ ତାଲିମ ପ୍ରାପ୍ତ ବୃତିଗତମାନଙ୍କୁ ନିଯୁକ୍ତ କରିଛି ।
ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର ଏବଂ କ୍ରୀଡ଼ା ପ୍ରାଧିକରଣ ଦ୍ୱାରା ଉଚ୍ଚ ସ୍ତରୀୟ ଅନୁସନ୍ଧାନ, ବିଜ୍ଞାନ ଏବଂ କ୍ରୀଡା େଓ÷ଷଧ ଶିକ୍ଷା ତଥା ଅଭିଜିତ ଆଥଲେଟଙ୍କ ଉଚ୍ଚ ପ୍ରଦର୍ଶନ ସହିତ ତାଲିମ ପ୍ରଦାନ ଲକ୍ଷ୍ୟରେ ଏକ ଯୋଜନା ଅଟେ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
