ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଝାରସୁଗଡ଼ା ବନହରପାଲି ଇବ-ଥର୍ମାଲ ସ୍ଥିତ ଓପିଜିସି ବିଦ୍ୟୁତ କାରଖାନାର ପାଉଁଶ ପୋଖରୀ ଭୁଶୁଡିପଡିଛି । ଆଜି ସକାଳୁ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଏକର ଏକର ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବା ବେଳେ ଏବେ ଗାଁମୁହା ହେଲାଣି ପାଉଁଶ ପାଣି । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ଜିନିଷପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
