
ଭୁବନେଶ୍ୱର, 07 ଡିସେମ୍ବର – ରାଜ୍ୟପାଳ ରଘୁବର ଦାସ ସଶସ୍ତ୍ର ସେନା ଝଣ୍ଡା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମାତୃଭୂମିର ସୁରକ୍ଷା ପାଇଁ ସଦୈବ ସମର୍ପିତ ଥିବା ଆମର ବୀର ସୈନିକ ମାନଙ୍କର ବୀରତ୍ୱ, ଶୌର୍ଯ୍ୟ ଓ ସାହସକୁ ନମନ । ଦେଶର ସେବାରେ ତତ୍ପର ସମସ୍ତ ବୀର ସୈନିକ ଓ ତାଙ୍କର ପରିବାରର ଲୋକ ମାନଙ୍କୁ ସଶସ୍ତ୍ର ଝଣ୍ଡା ଦିବସ ଅବସରରେ ହାର୍ଦିକ ଶୁଭକାମନା ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
