ମୁମ୍ବାଇ, 3 ଡିସେମ୍ବର (ହି.ସ.) ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଗିରଗାଓଁ ଚୌପାଟିରେ ଏକ ଚାରିମହଲା ବିଲ୍ଡିଂରେ ଶନିବାର ରାତିରେ ନିଆଁ ଲାଗି 2ଜଣଙ୍କର ମୃତ୍ୟୁ ହୋଇଛି ।
ବିଏମସି ପକ୍ଷରୁ ଜାରି ହୋଇଥିବା ବୟାନରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଅଗ୍ନିଶମ ବାହିନୀ 3ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏବଂ ନିଆଁକୁ ଆୟତ୍ତ କରାଯାଇଛି ।
ଗିରଗାଓଁ ଚୌପାଟୀ ଅଞ୍ଚଳରେ ଗୋମତୀ ଭବନ ବିଲ୍ଡିଂରେ ନିଆଁ ଲାଗିଥିଲା । ଏହାପରେ ଖବର ପାଇ 10ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ତୃତୀୟ ଓ ଚତୁର୍ଥ ମହଲାରେ ସୀମିତ ରହିଥିଲା । ଅଗ୍ନିଶମ ବହିନୀ ନିଆଁକୁ ଆୟତ୍ତ କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
