
ନୂଆଦିଲ୍ଲୀ, 2 ଡିସେମ୍ବର (ହି.ସ.) ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ।
ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସରଳ ଏବଂ ହୃଦୟସ୍ପର୍ଶୀ ପ୍ରକୃତି ତାଙ୍କୁ ଅନେକ ଲୋକଙ୍କୁ ଆକର୍ଷିତ କରିଛି । ମୁଁ ତାଙ୍କୁ ଗତ କିଛି ଦଶନ୍ଧି ମଧ୍ୟରେ ଦଳ ପାଇଁ କଠିନ ପରିଶ୍ରମ କରିଥିବା ଦେଖିଛି । ସେ ନିଜକୁ ଜଣେ ଭଲ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ଭାବରେ ମଧ୍ୟ ପ୍ରତିପାଦିତ କରିଛନ୍ତି। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ କାମନା କରୁଛି ବୋଲି ଏକ୍ସରେ କହିଛନ୍ତି ପିଏମ ମୋଦି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
