ହଜାରୀବାଗ, ୧ ଡିସେମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ସେ ଝାଡ଼ଖଣ୍ଡରେ ଅଛନ୍ତି । ଗତକାଲି ସେ ଦେଶବ୍ୟାପି ବାମପନ୍ଥୀ ଉଗ୍ରବାଦ ସମସ୍ୟା ଉପରେ ଯେଉଁ ଲଢ଼େଇ ଚାଲିଛି ତାହାର ସମୀକ୍ଷା କରିଥିଲେ । ସେ ଦେଶର ଜନତାଙ୍କୁ କହିବାକୁ ଚାହାଁନ୍ତି ଯେ, ସେ ଦିନ ଦୂର ନାହିଁ, ଯେଉଁଦିନ ଦେଶ ବାମପନ୍ଥୀ ଉଗ୍ରବାଦ କବଳରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହଜାରୀବାଗ୍ ର ମେରୁ ସ୍ଥିତ ସୀମା ସୁରକ୍ଷା ବଳ କେନ୍ଦ୍ରରେ ବିଏସଏଫ ର ୫୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରିଥିଲେ ।
ସେ କହିଥିଲେ ଯେ, ବିଗତ ୧୦ ବର୍ଷରେ ଭାରତ ସରକାରଙ୍କ ପ୍ରୟାସରୁ ହିଂସା ଘଟଣା ହ୍ରାସ ପାଇଛି । ବାମପନ୍ଥୀ ଉଗ୍ରବାଦ ଶେଷ ହେବାକୁ ବସିଲାଣି । ଆଗାମୀ ଦିନରେ ଆମେ ବାମପନ୍ଥୀ ଉଗ୍ରବାଦରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ବଦ୍ଧପରିକର । ବିଏସଏଫ ଓ ଅନ୍ୟ ସୁରକ୍ଷା ବଳର ପ୍ରୟାସ ଯୋଗୁଁ ବୁଢା ପାହାଡ଼କୁ ଉଗ୍ରବାଦ ମୁକ୍ତ କରିବାରେ ସଫଳତା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
