


ବଲାଙ୍ଗିର, ୩୦ ନଭେମ୍ବର (ହି.ସ)- ଆଜି ଅପରାହ୍ନ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଭିତିଭୂମି ଉନ୍ନତିକରଣ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟିତ ହୋଇଛି । ୧୯୯୫.୪୯ ଲକ୍ଷ ଟଙ୍କାରେ ଆୟୁର୍ବେଦିକ କଲେଜ , ୫ଟି ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ୫୪୩୪.୨୯ ଲକ୍ଷ,୯ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ୧୨୩୮.୨୬ ଲକ୍ଷ ,୪୩ଟି ସ୍ୱାସ୍ଥ୍ୟ ଏବଂ ୱେଲନେସ କେନ୍ଦ୍ର ପାଇଁ ୨୦୨୧.୯୫ ଲକ୍ଷ , ଗୋଟିଏ ଏକୀକୃତ ଜନସ୍ୱାସ୍ଥ୍ୟ ଲାବୋରେଟୋରୀ ପାଇଁ ୧୯୮.୩୩ ଲକ୍ଷ ଏବଂ ବ୍ଲଡ ବ୍ୟାଙ୍କ ପାଇଁ ୧୭୬ ଲକ୍ଷ ଟଙ୍କାର ସମୁଦାୟ ୧୧୦ କୋଟି ୬୪ ଲକ୍ଷ ଟଙ୍କାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଉପଲକ୍ଷେ ପ୍ରବାସୀ ଓଡିଆଙ୍କ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଏକ ନୂଆ ଦେୟ ମୁକ୍ତ ନମ୍ବର ୧୮୦୦୧୨୦୧୨୦୧୦୪ ର ଉଦଘାଟନ ମୁଖ୍ୟମନ୍ତ୍ରୀ କରିଥିଲେ । ଏହା ଫଳରେ ପ୍ରବାସୀ ଓଡିଆ ସୁବିଧା ପାଇବେ । ସମ୍ପ୍ରତି ବର୍ଷକୁ ୯୬ଲକ୍ଷ ରୁ ଉର୍ଦ୍ଧ ପରିବାର ଏବଂ ମାସକୁ ଏକଲକ୍ଷରୁ ଉର୍ଦ୍ଧ ରୋଗୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି । ସ୍ଥାନୀୟ ଅସ୍ୱାନ କକ୍ଷରେ ଜିଲ୍ଲାପାଳ ଶ୍ରୀ ଚଂଚଲ ରାଣା, ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି, ଡାକ୍ତର ତୁଷାରକାନ୍ତ ଠାକୁର, କାର୍ଯ୍ୟକାରୀ ଯନ୍ତ୍ରୀ ଏନ କେ ଘଡେଇ, ଅତିରିକ୍ତ କାର୍ଯ୍ୟକାରୀ ଯନ୍ତ୍ରୀ ଅନାଦି ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ/ସମନ୍ୱୟ
