
ନୂଆଦିଲ୍ଲୀ, 29 ନଭେମ୍ବର (ହି.ସ.) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବାକୁ ରାହୁଲ ଦ୍ରାବିଡଙ୍କୁ ପ୍ରସ୍ତାବ ଦେଇଛି ।
ସୂଚନା ଅନୁସାରେ ବିସିସିଆଇ ପକ୍ଷରୁ ରାହୁଲ ଦ୍ରାବିଡଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏବଂ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ତାଙ୍କ ସହ ଆଲୋଚନା କରାଯାଇଛି । ତେବେ ରାହୁଲ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଯଦି ରାହୁଲ ପ୍ରସ୍ତାବକୁ ସ୍ୱୀକାର କରନ୍ତି ତେବେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କ ପ୍ରଥମ କାମ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ରହିବ । ଯାହାକି ଡିସେମ୍ବର 10ରୁ ଆରମ୍ଭ ହେବ । ଏଥିରେ 3ଟି ଟି-20 ଓ ୱାନଡେ ମ୍ୟାଚ ଖେଳାଯିବ । ଏହାପରେ 2ଟି ଟେଷ୍ଟ ମ୍ୟାଚ ଖେଳାଯିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
