ବେଙ୍ଗାଲୁରୁ, ୨୪ ନଭେମ୍ବର (ହିସ) – ଆସନ୍ତା ମାସରେ ମାଲେସିଆରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ଜୁନିୟର ବିଶ୍ୱକପ୍ରେ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଡିଫେଣ୍ଡର ଅମନଦୀପ୍ ଲାକ୍ରା ଦେଶର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଡିସେମ୍ବର ୫ ରେ କୋରିଆ ବିପକ୍ଷ ପୁଲ୍ ସି ମ୍ୟାଚ୍ ରେ ଭାରତ ଅଭିଯାନ ଆରମ୍ଭ କରିବ ।
ପ୍ରତିଷ୍ଠିତ ଟୁର୍ନାମେଂଟ କୁନେଇ ଅମନଦୀପ ହକି ଇଣ୍ଡିଆର ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ପଦ୍ମଶ୍ରୀ ଡ ଦିଲୀପ ତିର୍କିଙ୍କୁ ତାଙ୍କର ଆଇଡଲ ବୋଲି ବର୍ଣ୍ଣନା କରିଛନ୍ତି । ଦିଲୀପ ମଧ୍ୟ ଭାରତର ସର୍ବାଧିକ କ୍ୟାପ୍ଡ ଖେଳାଳି ।
ଅମନଦୀପ କହିଛନ୍ତି, ଜଣେ ମହତ୍ୱକାଂକ୍ଷି ଖେଳାଳି ଭାବରେ ମୋର କିମ୍ବଦନ୍ତୀ ଦିଲୀପ ତିର୍କିଙ୍କୁ ଭେଟିବାର ସୁଯୋଗ ମିଳିଥିଲା, ସେ ଆମକୁ ଭଲ ଖେଳାଳି ହେବା ପାଇଁ ଆମର ପ୍ରୟାସରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ କଥା ମୋତେ ପ୍ରେରଣା ଦେଇଥିଲା । ମୁଁ ପାମ୍ପୋଶ ସ୍ପୋର୍ଟସରେ ଏକାଡେମିରେ ଯୋଗ ଦେଇଥିଲି କିନ୍ତୁ ମୋ ବାପା ସ୍ଥାନାନ୍ତରିତ ହେବା ପରେ ମୋତେ ଖେଳିବା ବନ୍ଦ କରିବାକୁ ପଡିଲା ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
