
ଲକ୍ଷ୍ନୌ, 24 ନଭେମ୍ବର (ହି.ସ.) ଆଜି ହେଉଛି ତେଗ ବାହାଦୂରଙ୍କ ବଳିଦାନ ଦିବସ । ଏହି ଅବସରରେ ତାଙ୍କ ସ୍ମରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ମହାନ ସନ୍ଥ, ଶିଖ ପନ୍ଥର ନବମ ଗୁରୁ, ଧର୍ମ ଏବଂ ମାନବତାର ରକ୍ଷକ, ‘ହିନ୍ଦ୍ ଦି ଚାଦର’ ଗୁରୁ ଶ୍ରୀ ତେଗ ବାହାଦୂରଜୀ ମହାରାଜଙ୍କ ବଳିଦାନ ଦିବସରେ ତାଙ୍କୁ କୋଟି କୋଟି ନମନ କରୁଛି ।
ଅଧର୍ମ, ଅନ୍ୟାୟ ଓ ଅତ୍ୟାଚାରର ବିରୁଦ୍ଧରେ ଅବିରାମ ସଂଘର୍ଷର ପ୍ରତୀକ, ତାଙ୍କ ତପସ୍ୱୀ ଜୀବନ ପୁରା ମାନବ ସଭ୍ୟତା ପାଇଁ ପ୍ରେରଣ ପୁଞ୍ଜ ଅଟେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
