ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)- ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମଙ୍ଗଳବାର ଦିନ ଟେଲିଭିଜନ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରି କହିଛନ୍ତି ଯେ, ଉତ୍ତରାଖଣ୍ଡର ସିଲକ୍ୟାରାରେ ଚାଲିଥିବା ରେସକ୍ୟୁ ଅପରେସନକୁ ଚାଞ୍ଚଲ୍ୟକର ଖବର କରନ୍ତୁନାହିଁ । ଏହାସହିତ ସୁଡଙ୍ଗ ସ୍ଥଳରେ ଯେଉଁଠି ଉଦ୍ଧାର କାର୍ଯ୍ୟ ଚାଲିଛି ସେଠାରେ କୌଣସି ଲାଇଭ ପୋଷ୍ଟ କିମ୍ବା ଭିଡିଓ ନବନାନ୍ତୁ , ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟରେ ବାଧା ପଡିପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
