ଗଞ୍ଜାମ, ୧୯ ନଭେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଖଲ୍ଲିକୋଟ ବ୍ଲକରୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲା ଶିକ୍ଷା ବିଭାଗ ତାଲିକାରେ ଥିବା ୩୭୨ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଂଚ୍ ଓ ତଦନ୍ତ ଜାରି ରଖିଥିବା ବେଳେ ଖଲ୍ଲିକୋଟ ବ୍ଲକର ଗୋଟିଏ ସ୍କୁଲରେ ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲ୍ ବୋଲି ପ୍ରମାଣ ମିଳିବା ପରେ ସେମାନଙ୍କ ନାମରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୮୧୭/୨୩, ଦଫା ୪୨୦, ୪୬୮, ୪୭୧ ରେ ମାମଲା ରୁଜ୍ଜୁ ହୋଇଛି । ଖଲ୍ଲିକୋଟ ବ୍ଲକ ବି.ଏନ. ପଲ୍ଲୀ ସ୍ଥିତ ରତ୍ନେଶ୍ଵର ବିଦ୍ୟାପୀଠର ଶିକ୍ଷକ ଦିଲ୍ଲୀପ କୁମାର ଜେନା, ସନ୍ତୋଷ କୁମାର ସ୍ଵାଇଁ, ଶତୃଜିତ ସାହୁ, ରଜନୀକାନ୍ତ ସାମଲ, ବାପୁଜୀ କୁମାର ଦାଶ, ମଧୁସୂଦନ ଦାଶ ଓ ପ୍ରଦୀପ କୁମାର ଦାଶଙ୍କ ନାମରେ ଏହି ମାମଲା ରୁଜ୍ଜୁ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
