
ନୂଆଦିଲ୍ଲୀ, 17 ନଭେମ୍ବର (ହି.ସ.) ମଧ୍ୟପ୍ରଦେଶ ବିଧାନସଭା ଆସନ ପାଇଁ ଆଜି ଭୋଟିଂ । ଏହି ଅବସରରେ ପିଏମ ମୋଦି ସୋସିଆଲ ମିଡିଆ ଏକ୍ସରେ ସମସ୍ତଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଆଜି ମଧ୍ୟପ୍ରଦେଶରେ ସମସ୍ତ ବିଧାନସଭା ଆସନ ପାଇଁ ମତଦାନ । ରାଜ୍ୟର ପ୍ରତ୍ୟେକ ମଣ୍ଡଳୀରେ ଭୋଟରମାନେ ଉତ୍ସାହର ସହ ମତଦାନ କରିବେ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବର ଗର୍ବ ବଢାଇବେ । ଏହି ନିର୍ବାଚନରେ ଚଳିତ ଥର ପ୍ରଥମ ଭୋଟ ଦେଉଥିବା ରାଜ୍ୟର ସମସ୍ତ ଯୁବପୀଢିଙ୍କୁ ବିଶେଷ ଶୁଭକାମନା ଜଣାଇଛନ୍ତି ପିଏମ ମୋଦି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
