ଭୁବନେଶ୍ୱର, 15 ନଭେମ୍ବର : ଆଜି ହେଉଛି ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରାନ୍ତିବୀର ସ୍ଵାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସ୍ବାଧୀନତା ସଂଗ୍ରାମର ଏହି ମହାନ ବିପ୍ଲବୀଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ଦେଶର ଅଖଣ୍ଡତା ସହ ଆଦିବାସୀଙ୍କ କଲ୍ୟାଣ ଦିଗରେ ତାଙ୍କ ଜୀବନବ୍ୟାପୀ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
