ନୂଆଦିଲ୍ଲୀ, 12 ନଭେମ୍ବର : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ମୋର ସମସ୍ତ ପରିବାରଲୋକଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା ଜଣାଉଛି । ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି, ଆନନ୍ଦ, ସୌହାର୍ଦ୍ଦ୍ୟ ଆଣିଦେଉ ବୋଲି କାମନା କରୁଛି ।
