ଶିଲଙ୍ଗ, 10 ନଭେମ୍ବର (ହି.ସ.) ମେଘାଳୟ ପୋଲିସ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଜଣେ ମହିଳା ମାଫିଆଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମେଘାଳୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁଇପର ଲାଇନରୁ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ଏହି ମହିଳା ଜଣକ ସହରରେ ଦୀର୍ଘଦିନ ହେବ ଯୁବପୀଢିଙ୍କୁ ଡ୍ରଗ୍ସ ଯୋଗାଇ ଆସୁଥିଲେ । ଯାହାର ଏକ ଭିଡିଓ ପୋଲିସ ନିକଟରେ ପହଞ୍ଚିଥିଲା । ଏହି ଭାଇରାଲ ଭିଡିଓ ଆଧରରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
