– ଭାଗ ନେବେ ୬୦୦ ଜିଲ୍ଲାସ୍ତରୀୟ ବିଜେତା
ଭୁବନେଶ୍ୱର, 8 ନଭେମ୍ବର (ହି.ସ.) – କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’ । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ । କ୍ରୀଡା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରେଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି ।
ଓରମାସ୍ ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୂନମ ଟି ଗୂହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଯୁବ କ୍ରୀଡାବିତ୍ ମାନଙ୍କର ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡା କ୍ଷେତ୍ରକୁ ଆହୁରି ସୁଦୃଢ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମଗ୍ର ରାଜ୍ୟର ୨୨୮ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୬୦୦ ଜିଲାସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଫୁଟବଲ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
