
,
ନୂଆଦିଲ୍ଲୀ, ୮ ନଭେମ୍ବର (ହିସ) – ଭାରତୀୟ ସଟଲର ତଥା ୨୦୨୨ ରାଷ୍ଟ୍ରମଣ୍ଡଲ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଲକ୍ଷ ସେନ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଜାପାନ ଏବଂ ଚୀନ୍ ଓପନରେ ଭାଗ ନେବାକୁ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।
ଦୁନିଆର ୧୭ ନଂବନ ଖୋଳାଳୀ ଲକ୍ଷ୍ମୀ କହିଛନ୍ତି ଯେ ତାଙ୍କ ଦଳ ଅକ୍ଟୋବର ୧୦ ରେ ଜାପାନ ଭିସା ପାଇଁ ଆବେଦନ କରିଥିଲେ କିନ୍ତୁ ସେ ଏପର୍ଯ୍ୟନ୍ତ ସେମାନେ ଭିସା ପାଇନାହାଁନ୍ତି ।
ଲକ୍ଷ୍ମୀ ଏକ୍ସରେ ଲେଖିଛନ୍ତି ଯେ ମୋତେ ଚୀନ୍ ଭିସା ପାଇଁ ମଧ୍ୟ ଆବେଦନ କରିବାକୁ ପଡିବ । ଦୟାକରି ତୁରନ୍ତ ମୋ ସହିତ ମୋର କୋଚ୍ ଏବଂ ଫିଜିଓ ପାଇଁ ଭିସା ପ୍ରଦାନ କରନ୍ତୁ । ଦୟାକରି ଅନୁରାଗ ସାର , ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏବଂ ବୈଦେଶିକ ମନ୍ତ୍ରୀ ସାହାଯ୍ୟ କରନ୍ତୁ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
