ସମ୍ବଲପୁର ୦୭ ନଭେମ୍ବର (ହି.ସ) – ଆଜି ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟଳୟ ଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ତଥା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ସମୀର ମହାନ୍ତି ଓ ରାଜ୍ୟ ସହ ସଂଯୋଜକ ସୁରଥ ବିଶ୍ଵାଳ ଯୋଗ ଦେଇ ଉପସ୍ଥିତ ସମସ୍ତ କର୍ମୀ ଓ ପଦାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳରୁ ୨ଜଣ ଲେଖାଏଁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ସମୀର ମହାନ୍ତି ନିଜ ବ୍ୟକ୍ତବ୍ଯରେ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସମ୍ବଲପୁର ଜିଲ୍ଲା ସଂଯୋଜକ ସୂର୍ଯ୍ୟ ପ୍ରଧାନ ଓ ସହ ସଂଯୋଜକ ମିଳନ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ହୋତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଏହାକୁ ସଫଳ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ସମନ୍ୱୟ
