ନୂଆଦିଲ୍ଲୀ, 6 ନଭେମ୍ବର (ହି.ସ.) ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ଅନ୍ତରିଣ ଜାମିନକୁ ନଭେମ୍ବର 24 ତାରିଖ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏଏସ ବୋପନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ନଭେମ୍ବର 24ରେ ସତୈନ୍ଦ୍ର ଜୈନଙ୍କ ନିୟମିତ ଜାମିନ ପିଟିସନ ଉପରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର 19ରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ଜେଲ ମଧ୍ୟ ସତୈନ୍ଦ୍ରଙ୍କ ଚିକିତ୍ସା ହୋଇପାରିବ । ଏଥିପାଇଁ ତାଙ୍କ ଜାମିନକୁ ରଦ୍ଦ କରାଯାଉ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
