ଭୁବନେଶ୍ୱର, 6 ନଭେମ୍ବର (ହି.ସ.) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଛି । ଦାସ ସାହିରେ ଠୁଲ ଦାସଙ୍କ ପୁଅ ସିପନ ଦାସ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ମୁତାବକ ସିପନ କିଛି ବର୍ଷ ତଳେ ମାଦଳ ଗାଁର ବାଙ୍କା ଦାସଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
