ଶୋଣିତପୁର(ଆସାମ), ୦୫ ନଭେମ୍ବର(ହି.ସ.) – ଶୋଣିତପୁର ଜିଲ୍ଲାର ଢେକିୟାଜୁଲି ପୋଲିସ୍ ଷ୍ଟେସନର ଭେରଗାଓଁ ସୌକିୟା ସୁବୁରୀରେ ରାଷ୍ଟ୍ରୀୟ ରାଜମାର୍ଗ ୧୫ରେ ଆଜି ସକାଳେ ହୋଇଥିବା ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି ।
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ କ୍ଷୀପ୍ର ଗତିରେ ଆସୁଥିବା ଟ୍ରକ(ଏଏସ୍-୧୭ସି୬୮୧୪) ଏବଂ ତିନିସୁକିଆରୁ ପାନେରୀ ଡିମାକୁଚୀ ଆଡ଼କୁ ଯାଉଥିବା ଏକ ଚାରିଚକିଆ ଯାନ(ଏଏସ୍-୦୧ଇକେ୮୫୪୯) ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜ୍ୟୋତିଷ ବାରେକ(୨୪), ପୂଜା ସପର(୨୦) ଏବଂ ଅନ୍ୟଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଗୁରୁତର ଆହତଙ୍କ ପରିଚୟ ଫୁଲେଶ୍ୱରୀ ସବର(୩୭), କୁଂଜଲ ସବର(୧୦), କାର୍ତିକ ସବର(୨୦) ଏବଂ ଅରମାନ ରାଜ(୨୩) ବୋଲି ଜଣାପଡ଼ିଛି । ଚାରିଜଣଙ୍କ ଅଧିକ ଚିକିତ୍ସା ପାଇଁ ତେଜପୁର ମେଡ଼ିକାଲ କଲେଜ ନିଆଯାଇଛି । ପୋଲିସ୍ ଏହା ଉପରେ ଏକ ପ୍ରାଥମିକି ରୁଜୁ କରି ମାମଲାର ଯାଂଚ କରୁଛି ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………/ସମନ୍ୱୟ
