ପାଟଣା, 4 ନଭେମ୍ବର (ହି.ସ.) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ବିହାର ଗସ୍ତ କରିବେ । ଗତ 10 ମାସରେ ଏହା ଶାହଙ୍କ ପଞ୍ଚମ ଗସ୍ତ । ମୁଜାଫରପୁରର ପତାହୀ ଏୟାରପୋର୍ଟରେ ରାଲିକୁ ସମ୍ବୋଧନ କରିବେ ଶାହ ।
ଅମିତ ଶାହ ଦିଲ୍ଲୀରୁ ଫ୍ଲାଇଟ ଯୋଗେ ସିଧା ପାଟଣାରେ ପହଞ୍ଚିବେ । ଏବଂ ହେଲିକପ୍ଟର ଯୋଗେ ପତାହୀ ଏୟାରପୋର୍ଟରେ ପ୍ରାୟ 12.45ମିନିଟ ସମୟରେ ପହଞ୍ଚିବେ । ପ୍ରାୟ 3ଟା ବେଳେ ସେ ପୁଣି ପାଟଣା ଅଭିମୁଖେ ଫେରିବେ ।
ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ମହାମେଣ୍ଟକୁ ଜାତିଭିତ୍ତିକ ଭୋଟକୁ ନେଇ ବଡ ଝଟ୍କା ଦେଇପାରନ୍ତି । ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ କରିଥିବା ବେଳେ ଏହା ଆଧାରରେ ବିହାରରେ ସଂରକ୍ଷଣ ବୃଦ୍ଧି କରାଯାଇପାରେ । ଆଉ ଏଭଳି ପରିସ୍ଥିତିରେ ଶାହ ମୁଜାଫରନଗରରେ ଜାତି ବିରୁଦ୍ଧରେ ନୂଆ ଏଜେଣ୍ଡା ସ୍ଥିର କରିପାରନ୍ତି । ଏହି ଅଞ୍ଚଳରେ ବିଜେପିର ମୂଳ ଭୋଟରଙ୍କ ସଂଖ୍ୟା ଅଧିକ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
