ପ୍ରୟାଗରାଜ, 3 ନଭେମ୍ବର (ହି.ସ.) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନ ବିଜେପି ଓ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଚାଲେଞ୍ଜପୂର୍ଣ୍ଣ ଓ ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱ ମହତ୍ତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଲୋକସଭା ନିର୍ବାଚନକୁ ନେଇ ନୂରା ଦାୟିତ୍ୱରେ ଲାଗିପଡନ୍ତୁ ଏବଂ ଦଳର ଭୋଟର ମହାଚେତନା ଅଭିଯାନ ଦ୍ୱାରା ଅଧିକରୁ ଅଧିକ ନୂଆ ଭୋଟର କରନ୍ତୁ ।
ଜେପି ନଡ୍ଡା ଶୁକ୍ରବାର ଏୟାରପୋର୍ଟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
