ମାଲକାନଗିରି, ୨ ନଭେମ୍ବର (ହି. ସ.)- ମାଲକାନଗିରି ସଦମହକୁମା ସଂସ୍କୃତି ଭବନ ଠାରେ ଏକ ଜଳାଶୟ ଗୁଡିକର ରୂପାନ୍ତରିକରଣ ଏବଂ ଦକ୍ଷତା ବୃଦ୍ଧି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ୍ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନେ ଭୁବନେଶ୍ୱର ରୁ ଟ୍ରେନର ଦେବସୁନ୍ଦର୍ ମହାପାତ୍ର,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ଏବଂ ଯନ୍ତ୍ରୀ ଇନ୍ଦୁମାଧବ ସରକାର ଯୋଗଦେଇ ମାଲକାନାଗିରି ପୌର ପରିଷଦ ର ୧ ୮ ଗୋଟିସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ କିପରି ଜଳାଶୟ ଗୁଡିକୁ ରୂପାନ୍ତରିକରଣ କରାଯିବ ସେହି ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ କିପରି ଅଧିକ ଶସ କ୍ତିକରଣ ସହ ନିଜେ କିପରି ସ୍ବାବଲମ୍ବୀ ହେବେ ସେଥିପ୍ରତି ପୌରପରିଷଦ ଅଧ୍ୟକ୍ଷ ମନୋଜ ବାରିକ୍ କହିଥିଲେ ।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
