ଭୁବନେଶ୍ୱର, 1 ନଭେମ୍ବର (ହି.ସ.) – ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଯୋଗ୍ୟତା ସମ୍ପନ୍ନ ହସ୍ତଶିଳ୍ପ କାରିଗରମାନେ ଆବେଦନ କରିପାରିବେ । ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଯୋଗ୍ୟତା ସମ୍ପନ୍ନ ହସ୍ତଶିଳ୍ପ କାରିଗରମାନଙ୍କ ଠାରୁ ତା ୦୨.୦୯.୨୦୨୩ ରିଖ ଦିନ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏଥିପାଇଁ ଆବେଦନ ପତ୍ର ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ କୃତି କୁ ସମ୍ପୃକ୍ତ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟରେ ଦାଖଲ କରିବାର ଅନ୍ତିମ ତାରିଖ ତା ୩୧.୧୦.୨୦୨୩ ରିଖ କୁ ଧାର୍ଯ୍ୟ କରା ଯାଇଥିଲା । ତେବେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ, ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଉକ୍ତ ଆବେଦନ କରିବାର ଶେଷ ତାରିଖ ତା ୧୦.୧୧.୨୦୨୩ ରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଛୁକ କାରିଗର ମାନେ ତାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ କୃତି ସହ ଆବେଦନ ପତ୍ରକୁ ସମ୍ପୃକ୍ତ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟରେ ତା ୧୦.୧୧.୨୦୨୩ ସୁଦ୍ଧା ଦାଖଲ କରିପାରିବେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
