
ଭୁବନେଶ୍ୱର, 1 ନଭେମ୍ବର (ହି.ସ.) ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ କରି 2 ଗିରଫ । ବଡ଼ଚଣା ପୋଲିସ ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଠାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଆମ୍ବୁଲାନ୍ସଟି କଟକ ମଙ୍ଗୁଳିରୁ ପଶ୍ଚିମବଙ୍ଗର ମେଦିନାପୁର ଯାଉଥିଲା । ଏଥିରୁ ପ୍ରାୟ 90 କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କଲିକତାର ସଞ୍ଜୁ ପାତ୍ର ଓ ବାଙ୍ଗିରିପୋଷି ଅଞ୍ଚଳର ଯୋଗେଶ୍ୱର କାଲିଆ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
