ନୂଆଦିଳ୍ଳୀ, 23 ଅକ୍ଟୋବର (ହି.ସ.) ଆଜି ନବରାତ୍ରୀର ମହାନବମୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ନବରାତ୍ରୀର ମହାନବମୀ ସିଦ୍ଧି ଓ ମୋକ୍ଷଦାୟିନୀ ମାଆ ସିଦ୍ଧିଦାତ୍ରୀଙ୍କର ଉପାସନାର ଦିନ ଅଟେ । ଦେବୀ ମାଆଙ୍କୁ ପ୍ରାର୍ଥନା କରୁଛି ଯେ ଦେଶରେ ମୋର ସମସ୍ତ ପରିଜନମାନଙ୍କୁ ସକଂଳ୍ପ ସିଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
