ଲକ୍ଷ୍ନୌ, 22 ଅକ୍ଟୋବର : ଆଜି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅଶଫାକ୍ ଉଲ୍ଲା ଖାନ୍ଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଭାରତ ମାତାର ଅମର ସୁପୁତ୍ର, କାକେରୀ ଟ୍ରେନ ଆକ୍ସନର ବୀର ଯୋଦ୍ଧା ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ସ୍ୱାଧୀନତାର ମହାଯଜ୍ଞରେ ନିଜର ତ୍ୟାଗ, ସମର୍ପଣ ଓ ବଳିଦାନର ସେ ଯେଉଁ ଆହୁତି ଦେଇଥିଲେ, ତାହା ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ଏବଂ ଆମ ସମସ୍ତଙ୍କୁ ଦେଶର ସେବା ପାଇଁ ପ୍ରେରଣା ପ୍ରଦାନ କରିବ ।
